Monday, December 15, 2014

ପ୍ରାର୍ଥନା

ପ୍ରାର୍ଥନା

କକ୍ଷ୍ୟଚ୍ୟୁତ ଗ୍ରହଟିଏ  ଅଟେ  ମୁଁ  ମା
ଏଇ ଅନନ୍ତ ଅନ୍ତରୀକ୍ଷରେ 
ମୋ ସୁରୁଜଙ୍କୁ ଖୋଜି ବୁଲେ ପ୍ରତିକ୍ଷଣ 
ନୀରବରେ, ଘନ ଅନ୍ଧାରେ

କୋହଭରା ଏଇ ଛାତିରେ ଦିଅ ମା
ଥରଟିଏ ତୁମ ପରଶ 
କୋଳେ ମୁଣ୍ଡ ଦେଇ ଶୋଇପଡେ ମାଗୋ 
ମୁଖେ ଦିଅ ଚିର ହରଷ 

ପାଇ ହଜାଇଛି ବାରବାର ମୁହିଁ 
ଉର୍ଧ୍ଵ ଚେତନା ଓ ଉଷାର ପ୍ରକାଶ 
ମୂଢ଼, ଅକିଞ୍ଚନ ଆଉ ଅପ୍ରସ୍ତୁତ ଅଟେ
ପୁଣି ବରଷାଅ ତୁମ ଆଶିଷ 

ଜଣାନାହିଁ ମୋତେ ବୁଦ୍ଧି ବିଦ୍ୟା କିଛି 
ମନ୍ତ୍ର, ତନ୍ତ, ଜ୍ଞାନ,  କୋଉଶଳ
ଜାଣେ ତୁ ଅଟୁ ବ୍ରମହାଣ୍ଡ ଜନନୀ 
ମୁଁ ତୋର ଆଉ ତୁ ମୋର

ତୁ ମୋ ସୁରୁଜ, ମୋ ଜୀବନ ଯୌବନ 
ତୁ ମୋର ଦେହ ମନପ୍ରାଣ 
ଦବୁ ଯଦି କିଛି, ଦେ ମୋତେ ଶକ୍ତି 
ତୋ ପାଦେ କରେ ପୁର୍ଣ ସମର୍ପଣ      
ତୋ ପାଦେ କରେ ପୁର୍ଣ ସମର୍ପଣ

- ମାଙ୍କ କୃପାରୁ, ଅଭିଜିତ ଓଁ

No comments:

Post a Comment