Sunday, September 11, 2016

ସମୟ ର ଗାର


ସମୟ ର ଗାର

ଖୋଜି ପାରିଲୁକି ଅତୀତର ନକ୍ସା , ଆଙ୍କି ପାରିଲୁକି ଇତିହାସ ଚିତ୍ର
      ପୁନ୍ହସଂଗଠିତ ଚିହ୍ନ ଙ୍କୁ ନେଇ  
ତୋ ସମସ୍ତ କଳ୍ପନା ଓ ସବୁ ଅନୁମାନ,    ତଥାକଥିତ ଜ୍ଞାନ ଓ ବିଜ୍ଞାନ 
          ଭରି ପାରିଲେକି ଅନ୍ତରାଳମାନ
ଯା'ର ହସ୍ତାକ୍ଷର ପାଞ୍ଜି ରେ ନାହିଁ,   ଯା'ର ହସ୍ତାକ୍ଷର ପାଞ୍ଜି ରେ ନାହିଁ   


ଜଦି ସମୟର ଢେଉ ଧୋଏ  ସବୁ ଗାର
ପୁଣି ପାରିବୁକି ଗଢି ତାକୁ ତୁ କେବେ 
ପାଇବୁ କାହୁଁ ସେ ଅତୀତର ଶବ୍ଦ                    ଯାହା ଲିଭିଛି ପହଂଚି ଅନ୍ଧାର ଗର୍ଭେ
 ଯାହା ଲିଭିଛି ପହଂଚି ଅନ୍ଧାର ଗର୍ଭେ 

ତୋ ଅବିଶ୍ବାସ ଦେଇ ପାରେ କି ଉତ୍ତର 
ବିଶ୍ଵାସ ପଛିକା ନେଦେଲା ଶୁଣି 
ଯାହା ଦିଶେ ନାହିଁ ଥାଇ ପାରେ ନାହିଁ           ସତେ ଜାଣିକି ପାରିଲୁ  ସବୁ  ତୁ ଜାଣି !
ସତେ ଜାଣିକି ପାରିଲୁ  ସବୁ  ତୁ ଜାଣି !




       - ପ୍ରଭୁଙ୍କ କୃପାରୁ, ଅଭିଜିତ ଓଁ 

Thursday, September 8, 2016

ଏକାକାର



ଏକାକାର


ନା ଅଛି ମୋର ମୁହଁ, ନା ଅଛି ମୋର ମୁଖା
ନା ଅଛି ମୋର ଦେହ, ନା ଅଛି କିଛି ଦୁଃଖ
ନା ମୁ ଅଚିଂନା, ନା ଅଛି ମୋ ଆକାର
କଥା ଟିଏ ଅଛି ସତ, ନାହିଁ ଶବ୍ଦ ସ୍ବର, ନାହିଁ ଶବ୍ଦ ସ୍ବର


ନା ଅଛି ମୋର ବାସ୍ନା, ନା ଅଛି ମୋର ଗନ୍ଧ

ନା ଅଛି ମୋର ସ୍ଵାଦ, ନା ବାସନା ବେସ୍ଵାଦ
ନା ଅଛି ମୋ କାମନା, ନା ଅଛି ମୋର ସ୍ପର୍ଶ
କିନ୍ତୁ ଅନୁଭୂତି ଅଛି ମୋର ଅଦ୍ଭୁତ ଅଶ୍ରୁତ, ଅଦ୍ଭୁତ ଅଶ୍ରୁତ

ନାହିଁ ମୋର ମନ, ନାହିଁ ଚଞ୍ଚଳତା

ନାହିଁ ମୋର ପ୍ରାଣ, ନା ଅଛି ଲାଳସା
ନା ଅଛି ହୃତପିଣ୍ଡ କିନ୍ତୁ ହୃଦୟେ ମୁ ସ୍ଥିତ
ଖୋଜୁ ମତେ ଏଠି ସେଠି ହେଲେ ମୁ ତୋର ନିଶ୍ଵାସ, ମୁ ତୋର ନିଶ୍ଵାସ


 ନଜାଣି ନଚିନ୍ହହି ମୋତେ ଦଉ କୋଟି ନାମ

ନା ଚାହେଁ ସୁନାମ ନା ମୁ ହେବି ବଦନାମ
 ଅଜଣା ଅଚିଂନା ମୁହିଁ ନାହିଁ ପରିଚୟ
ବିଶ୍ୱାସେ ବସଇ କରେ ବିଶ୍ୱାସେ  ବିସ୍ମୟ, ବିଶ୍ୱାସେ  ବିସ୍ମୟ


ନିରାକାର ଅଟେ ମୁହିଁ ନୀରବେ ମୁ ସ୍ଥିତ

ପ୍ରତି ପରମାଣୁ ମଧ୍ୟେ ଅଟେ ଅନ୍ତରୀକ୍ଷ
ମୁ ଜଡ଼ ଚେତନା ଅଟେ, ମୁ ସକଳ ଶକତି
ସର୍ବଜନେ ସ୍ଥିତ ଥାଏ ମୁ ଭକତ ଭକତି, ଭକତ ଭକତି


ମୁ ତୋର ଅହଂକାର ମୁ ତୋର ଚେତନା

ନା ପାରୁ ତୁ ମୋତେ ଛାଡି, ନା ମୁ ପାରେ ତୋ ବିନା
ମତେ ଜାଣୁ ଯଦି କେବେ ଜାଣିବୁ ସମସ୍ତ
ହରାଇ ନିଜକୁ କିନ୍ତୁ ଜିଣିବୁ ଜଗତ, ଜିଣିବୁ ଜଗତ


--- ଶ୍ରୀ ହରି ଙ୍କ କୃପାରୁ  ଅଭିଜିତ ଓଁ