Thursday, September 8, 2016

ଏକାକାର



ଏକାକାର


ନା ଅଛି ମୋର ମୁହଁ, ନା ଅଛି ମୋର ମୁଖା
ନା ଅଛି ମୋର ଦେହ, ନା ଅଛି କିଛି ଦୁଃଖ
ନା ମୁ ଅଚିଂନା, ନା ଅଛି ମୋ ଆକାର
କଥା ଟିଏ ଅଛି ସତ, ନାହିଁ ଶବ୍ଦ ସ୍ବର, ନାହିଁ ଶବ୍ଦ ସ୍ବର


ନା ଅଛି ମୋର ବାସ୍ନା, ନା ଅଛି ମୋର ଗନ୍ଧ

ନା ଅଛି ମୋର ସ୍ଵାଦ, ନା ବାସନା ବେସ୍ଵାଦ
ନା ଅଛି ମୋ କାମନା, ନା ଅଛି ମୋର ସ୍ପର୍ଶ
କିନ୍ତୁ ଅନୁଭୂତି ଅଛି ମୋର ଅଦ୍ଭୁତ ଅଶ୍ରୁତ, ଅଦ୍ଭୁତ ଅଶ୍ରୁତ

ନାହିଁ ମୋର ମନ, ନାହିଁ ଚଞ୍ଚଳତା

ନାହିଁ ମୋର ପ୍ରାଣ, ନା ଅଛି ଲାଳସା
ନା ଅଛି ହୃତପିଣ୍ଡ କିନ୍ତୁ ହୃଦୟେ ମୁ ସ୍ଥିତ
ଖୋଜୁ ମତେ ଏଠି ସେଠି ହେଲେ ମୁ ତୋର ନିଶ୍ଵାସ, ମୁ ତୋର ନିଶ୍ଵାସ


 ନଜାଣି ନଚିନ୍ହହି ମୋତେ ଦଉ କୋଟି ନାମ

ନା ଚାହେଁ ସୁନାମ ନା ମୁ ହେବି ବଦନାମ
 ଅଜଣା ଅଚିଂନା ମୁହିଁ ନାହିଁ ପରିଚୟ
ବିଶ୍ୱାସେ ବସଇ କରେ ବିଶ୍ୱାସେ  ବିସ୍ମୟ, ବିଶ୍ୱାସେ  ବିସ୍ମୟ


ନିରାକାର ଅଟେ ମୁହିଁ ନୀରବେ ମୁ ସ୍ଥିତ

ପ୍ରତି ପରମାଣୁ ମଧ୍ୟେ ଅଟେ ଅନ୍ତରୀକ୍ଷ
ମୁ ଜଡ଼ ଚେତନା ଅଟେ, ମୁ ସକଳ ଶକତି
ସର୍ବଜନେ ସ୍ଥିତ ଥାଏ ମୁ ଭକତ ଭକତି, ଭକତ ଭକତି


ମୁ ତୋର ଅହଂକାର ମୁ ତୋର ଚେତନା

ନା ପାରୁ ତୁ ମୋତେ ଛାଡି, ନା ମୁ ପାରେ ତୋ ବିନା
ମତେ ଜାଣୁ ଯଦି କେବେ ଜାଣିବୁ ସମସ୍ତ
ହରାଇ ନିଜକୁ କିନ୍ତୁ ଜିଣିବୁ ଜଗତ, ଜିଣିବୁ ଜଗତ


--- ଶ୍ରୀ ହରି ଙ୍କ କୃପାରୁ  ଅଭିଜିତ ଓଁ

2 comments: