ବର୍ଷା |
ମୃଦୁ ବର୍ଷା, ମୃଦୁ ହସ
ମୃତପ୍ରାଅ ଦେହେମୋର ଆଣି ପୁଣି ପ୍ରାଣ
ଶୀତଳ ସବୁଜ ଲାଗେ ଏ ପତ୍ର ଝଡା ବଣ
ମନେପଡେ ଭିଜା ସ୍ବପ୍ନ, ଭିଜା ଆଖି , ଭିଜା ମୁହଁ ସବୁ ଅତୀତର
ସାଉଁଟେ ମୁଁ ସ୍ବପ୍ନ ସବୁ ଭିଜି ଲକ୍ଷେଥର
ଅଙ୍କା ବଙ୍କା ଧାର ପରି ଅତୀତ ମୋ ତଥାପି ସୁନ୍ଦର, ତଥାପି ସୁନ୍ଦର
ଆଲିଙ୍ଗନ କରେ ବର୍ଷା
ହାତ ଟାଣି ଡାକିନିଏ ମୋ ପୁର-ପଲ୍ଲୀକୁ
ଗାଁ ଦାଣ୍ଡ ଧୂଳିଖେଳ, କାହାଣୀ ଓ ସାଂଗ ମେଳ
ମନେପଡେ ସେ ବର୍ଷାଦିନ, ମୋ ଓଦା ଓଦା ପିଲାଦିନ
ଅନୁଭବ କରେ ପୁଣି ଏକା ଭିଜା ବାସ୍ନା, ଏକା ଭିଜା ବାସ୍ନା
ଭିଜି ଭିଜି କେତେ ଥର ଆଂକେ ଛବି ଯେତେଥର
ଆଖି ପାଖେ ଯାଏ ଲାଖି,
ମନ ଖୋଜେ ସେଇ ଆଖି ସେଇ ଭସା ସ୍ମୃତି, ସେଇ ଭସା ସ୍ମୃତି
ଉତ୍ସାହ , ଉନ୍ମାଦନା, ପ୍ରେମ, ବିଶ୍ଵାସ ଓ ଶିହରଣ
ଆଜି ଖାଲି ଶବ୍ଦ
ଅର୍ଦ୍ଧଦଗ୍ଧ ଆତ୍ମା ଥାଇ ଜଳୁଥିବା ଶବ
ଯୌବନରେ ଖୋଜେ ଆଜି ଅତୀତ ଶୈଶବ, ଅତୀତ ଶୈଶବ
ଆକଟ ଯେ ହଜିଗଲା, ଯେତକ ପ୍ରେମର,
ହଜିଗଲା ପିଲାଦିନ ଆଉ ସବୁ କୋଳାହଳ
ରାସ୍ତା ସବୁ ମୋ ବିବେକପରି ନିରବ ନିଶ୍ଚଳ
ମୁଁ ମଉନରେ ଜଳୁଥିବା, ବରଷାରେ ଫୁଟୁଥିବା, ଏକ ଆଶା ଫୁଲ କଢ
ଦିନେ ପୁଲକିତ କରିଦେବି ଅବା ଏ ପତ୍ର ଝଡା ବଣ
ଦିନେ ପୁଲକିତ କରିଦେବି ଅବା ଏ ପତ୍ର ଝଡା ବଣ
- କୋଉ ଅଜଣା ରାଇଜରୁ ପ୍ରେରିତ ହୋଇ,
କବି ଅଭିଜିତ
No comments:
Post a Comment